ଏସ.ଭି.ସରକାରୀ କଳା ଏବଂ ଶିଳ୍ପ ବିଦ୍ୟାଳୟ, ଜୟପୁର

ଏସ.ଭି.ସରକାରୀ କଳା ଏବଂ ଶିଳ୍ପ ବିଦ୍ୟାଳୟ, ଜୟପୁର , ଜୟପୁରରେ, ତତ୍କାଳୀନ ଜୟପୁରର ମହାରାଜାଙ୍କ ସମୃଦ୍ଧ ସାଂସ୍କୃତିକ ତଥା କଳା ପ୍ରେମର ଇତିହାସକୁ ଚିତ୍ରଣ କରେ | ଏସ.ଭି.ସରକାରୀ କଳା ଏବଂ ଶିଳ୍ପ ବିଦ୍ୟାଳୟ, ଜୟପୁର ୧୭/୬/୧୯୪୬ ରେ ସ୍ୱର୍ଗୀୟ ମହାରାଜା ଶ୍ରୀ ଶ୍ରୀ ବିକ୍ରମ ଦେବ ବର୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଯାହାଙ୍କ ନାମାନୁସାରେ ବିଦ୍ୟାଳୟର ନାମକରଣ କରାଯାଇଥିଲା। ସମ୍ପତ୍ତି ଉଚ୍ଛେଦ ହେବା ପରେ ଅନୁଷ୍ଠାନ ୧୯୪୬ ରୁ ୧୯୫୨ ପର୍ଯ୍ୟନ୍ତ ସାଂସ୍କୃତିକ ରାଜସ୍ୱ ବିଭାଗ ଅଧୀନରେ ରହିଲା। ୨୭/୦୫/୧୯୬୯ରେ ସଂସ୍କୃତି ବିଭାଗ ଅନୁଷ୍ଠାନର ସମସ୍ତ ସମ୍ପତ୍ତି ଏବଂ ଉତ୍ତରଦାୟିତ୍ୱ ଗ୍ରହଣ କଲା |

କୋରାପୁଟ ଜିଲ୍ଲା ଲୋକଙ୍କ ଆଖିରେ ଏକ ସାଂସ୍କୃତିକ କେନ୍ଦ୍ର ଭାବେ ଜଣାଶୁଣା ଏବଂ ଜୟପୁରର ମହାରାଜା ଶ୍ରୀ ଶ୍ରୀ ଶ୍ରୀ ବିକ୍ରମ ଦେବ ବର୍ମାଙ୍କ ସମୟରୁ ସମୃଦ୍ଧ ଆଦିବାସୀ ସଂସ୍କୃତି ପାଇଁ ପ୍ରସିଦ୍ଧ | ଏହି ପ୍ରସଙ୍ଗରେ ଏସ.ଭି.ସରକାରୀ କଳା ଏବଂ ଶିଳ୍ପ ବିଦ୍ୟାଳୟ, ଜୟପୁର, ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାର ଲୋକମାନଙ୍କର ମଧ୍ୟରେ ସୂକ୍ଷ୍ମ କଳାଶିକ୍ଷାର ଅଭିବୃଦ୍ଧି ତଥା ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ଜାତିକଳାକୁ ଦକ୍ଷିଣ ଓଡିଶାରେ ବଞ୍ଚାଇ ରଖିବା । ଏହା ସହିତ, କଳା ଏବଂ ମୂର୍ତ୍ତିକଳା ଶିକ୍ଷାକୁ ଜୀବିକାର ଉତ୍ସରେ ପରିଣତ କରିବା |

ବିଦ୍ୟାଳୟର ଗୋଟିଏ ଶ୍ରେଣୀରେ ୨୦ଟି ଆସନ ରହିଛି ଏବଂ ଅନୁଷ୍ଠାନର କାର୍ଯ୍ୟ ସମୟ ସକାଳ ୧୦ ରୁ ୪ ଟା, ପାଠ୍ୟକ୍ରମର ଅବଧି ୪ ବର୍ଷିଆ ବି.ଭି.ଏ. ପାଠ୍ୟକ୍ରମ । କିନ୍ତୁ ଏହି ଅନୁଷ୍ଠାନରେ ଦୁଇ ବର୍ଷିଆ +୨ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରଦାନ କରାଯାଉଛି | ୧୯୯୧ ମସିହାରୁ ଏହା ଭୁବନେଶ୍ୱର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଅନୁବନ୍ଧିତ ହୋଇଛି। ନାମଲେଖା ପରେ ବିଦ୍ୟାର୍ଥୀଙ୍କୁ ପ୍ରତି ମାସ ଟଙ୍କା ୨୦୦/- ପ୍ରଦାନ କରାଯାଊଛି ଏବଂ ୫୦% ବିଦ୍ୟାର୍ଥୀ ଏହି ସୁବିଧା ଉପଭୋଗ କରୁଛନ୍ତି | ଅନୁସୂଚିତ ଜାତି/ଜନଜାତିର ବିଦ୍ୟାର୍ଥୀଙ୍କୁ ମଧ୍ୟ ଓଡ଼ିଶା ସରକାରଙ୍କ ଏସ.ସି.ଏସ.ଟି ବିଭାଗ ଛାତ୍ରବୃତ୍ତି ପ୍ରଦାନ କରୁଛି । ଏହି ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଦଶମ ଉତ୍ତୀର୍ଣ୍ଣ | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଏହି ବିଦ୍ୟାଳୟ ଅନୁପାଳନ କରେ।