ମେଳା ଓ ପର୍ବପର୍ବାଣୀ

ବର୍ଷସାରା ଲାଗିରହୁଥିବା ପର୍ବ-ପର୍ବାଣୀ ଓ ଉତ୍ସାବାଦିର  ସାମାନ୍ୟ ଅଧ୍ୟୟନ କଲେ ଓଡ଼ିଶା ଓ ଓଡ଼ିଆର ଧାର୍ମିକ-ଆଧ୍ୟାତ୍ମିକ ଭାବନାର ପ୍ରମାଣ ସହଜରେ ମିଳିଯିବ । ପୂର୍ବରୁ ଯେପରି କୁହାଯାଇଛି ଓଡ଼ିଶା ଆର୍ଯ୍ୟ, ଦ୍ରାବିଡ଼ ଓ ଆଦିବାସୀ ସଂସ୍କୃତିର ଏକ ମିଶ୍ରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।