କଳା ଓ ଶିଳ୍ପ

ଖ୍ରୀ:ପୂ: ଶତାବ୍ଦୀର ବହୁ ପୂର୍ବରୁ ଏହି ଭୂମିରେ ଥିବା ସେହି ଅସାଧାରଣ ବ୍ୟକ୍ତିଙ୍କ ଜୀବନଯାତ୍ରା ଅବ୍ୟାହତ ରହିଛି । ନିଜର ପଦଚିହ୍ନ ସ୍ୱରୂପ ଏହା ଅସଂଖ୍ୟ କିର୍ତ୍ତିରାଜି ଛାଡ଼ିଯାଇଛି । ପ୍ରତ୍ୟେକ ଦିନ ନୂତନ ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏହି ପୁରାତନ ସଭ୍ୟତା ବିଷୟରେ ନୁତନ ତଥ୍ୟମାନ ଆବିଷ୍କୃତ ହେବାରେ ଲାଗିଛି  ଯାହା ଏକ ସମୃଦ୍ଧ ସଭ୍ୟତାର ଅସ୍ତିତ୍ୱର ସ୍ପଷ୍ଟ ସୂଚନା ଦିଏ । ଅନ୍ୟ ପ୍ରାଚୀନ ସଭ୍ୟତା ଗୁଡ଼ିକରେ  ଏତେ ସମୃଦ୍ଧି ଓ ବିବିଧତା ଦେଖିବାକୁ ମିଳେ ନାହିଁ । ଧର୍ମ ଓ ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିଲେ ଜନଜାତି ଏବଂ ଆର୍ଯ୍ୟ ଧର୍ମ, ବୌଦ୍ଧ ଓ ଜୈନ, ଇସଲାମ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଏକାଠି ଯୁଗ ଯୁଗ ଧରି ଏକାଠି ରହିଛନ୍ତି ଓ ଧାର୍ମିକ ସହିଷ୍ଣୁତାର ପ୍ରମାଣ ଜ୍ୱଳନ୍ତ ପ୍ରମାଣ ଆଜି ମଧ୍ୟ ଦେଖିବାକୁ ମିଳେ । କଳା ଓ ଭାସ୍କର୍ଯ୍ୟର ଏହି ପବିତ୍ର ଭୂମିରେ ଶହ ଶହ ବର୍ଷ ପୁରୁଣା ମନ୍ଦିର ଯାହା ମଧ୍ୟରୁ କେତେକ ନାମ ମାତ୍ର ଛିଡା ହୋଇଛି, ତାହାର ମୁକ ସାକ୍ଷୀ ଭାବେ ଛିଡ଼ା ହୋଇଛନ୍ତି ଓ ତାଙ୍କର  ପରବର୍ତ୍ତୀ ବଂଶଧର ମାନେ  ଜୀବିକା ଅର୍ଜନ ପାଇଁ ଏହି କଳାର ଉପେଯାଗ କରୁଛନ୍ତି ।