ବିଭାଗ ସମ୍ବନ୍ଧରେ

ଧାର୍ମିକ ପଟୁଆରରେ ରଙ୍ଗ ଦେବା ନିମନ୍ତେ ‘‘ଛଡ଼ି (ଛତା) ଚାନ୍ଦୁଆ ତରାସର ଉପଯୋଗ କରାଯାଇଥାଏ (ପାଇକ ସାହାର୍ଯ୍ୟରେ ହୃଦୟ ଆକାରର କାଷ୍ଠ ଢ଼ାଞ୍ଚାରେ ଚାନ୍ଦୁଆ ତିଆରି କରାଯାଇଥାଏ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି : ଓଡ଼ିଶା ନିଜର ଐତିହାସିକ ପ୍ରାଚୀନ କୀର୍ତ୍ତି, ପତ୍ନତାତ୍ତ୍ୱିକ ସ୍ଥଳୀ, ପାରମ୍ପରିକ କଳା, ମୂର୍ତ୍ତୀ, ନୃତ୍ୟ ଓ ସଙ୍ଗୀତରେ ସଜ୍ଜିତ ଏକ ସମୃଦ୍ଧ ସାଂସ୍କୃତିକ ଐତିହ ସ୍ଥଳୀ । ପ୍ରାଚୀନ କାଳରୁ ଓଡ଼ିଶା ବହୁ ସଂଖ୍ୟକ ବିଦ୍ୱାନ, କଳାକାର ଓ ପର୍ଯ୍ୟଟକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି । ରାଜ୍ୟରେ କଳା ଓ ସଂସ୍କୃତି କ୍ଷେତ୍ରରେ ବ୍ୟବସ୍ଥିତ ଓ ବ୍ୟାପକ ବିକାଶ ନିମନ୍ତେ ସଂସ୍କୃତି ବିଭାଗ ଦୃଷ୍ଟି ନିକ୍ଷେପ କରିଥାଏ ଏବଂ ନିଜର ଅଧସ୍ତନ କାର୍ଯ୍ୟାଳୟ ଓ ସ୍ୱୟଂଶାସିତ ସଂଗଠନର ସହାୟତାରେ ପ୍ରାଚୀନ ସାଂସ୍କୃତିକ ପରମ୍ପରା ଓ ପ୍ରାଚୀନ ବସ୍ତୁଗୁଡ଼ିକର ସଂରକ୍ଷଣ କରିଥାଏ ।